‘ଆଦି ରନ୍ ୨୦୨୪’ ଗଣଦୌଡ ଅନୁଷ୍ଠିତ

ଆଜି ସକାଳୁ କେନ୍ଦୁଝର ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଆନୁକୁଲ୍ୟରେ ‘ଆଦି ରନ୍ ୨୦୨୪’ ଗଣଦୌଡ ଅନୁଷ୍ଠିତ ହୋଇ ଯାଇଛି। ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ବହୁ ସଂଖ୍ୟାରେ ଯୁବକ ଯୁବତୀ ଭାଗ ନେଇଥିଲେ। ସ୍ଵତନ୍ତ୍ର ଉନ୍ନୟନ କାଉନସିଲର ଅଧ୍ୟକ୍ଷା ଲକ୍ଷ୍ମୀ ନାୟକ ଏହାକୁ ପତାକା ହଲାଇ ଶୁଭାରମ୍ଭ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସରକାରୀ ଅଧିକାରୀ ଓ ରାଜନୈତିକ ନେତୃବୃନ୍ଦ ଉପସ୍ଥିତ ଥିଲେ। ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ବାହାରି ପୁରୁଣା ସହର ପର୍ଯ୍ୟନ୍ତ ଯାଇଥିଲେ। ଦୌଡ଼ରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ହୋଇଥିବା କୃତି ପ୍ରତିଯୋଗୀଙ୍କୁ ନଗଦ ରାଶି ପ୍ରଦାନ କରାଯାଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes