ଆତ୍ମସୁରକ୍ଷା ତାଲିମ ଶିବିର ଉଦଘାଟିତ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟରେ ଆତ୍ମସୁରକ୍ଷା ତାଲିମ ଶିବିର ଉଦଘାଟିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ସୁଦାମ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅଧ୍ୟାପିକା ଡ. ବନ୍ଦିତା ବିଶ୍ଵାଳ ମୁଖ୍ଯଅତିଥି, ଅଧ୍ୟାପକ ବିଜୟ ପଧାନ ଓ ଅଧ୍ୟାପିକା ବିଦ୍ୟୁତପ୍ରଭା ରଥ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କଲ୍ୟାଣୀମୟୀ ତ୍ରିପାଠୀ ଓ ଶୁଭ୍ରାଜ୍ୟୋତି ପଧାନ ପ୍ରଶିକ୍ଷିକା ଭାବେ ଯୋଗ ଦେଇଥିଲେ। ଅଧ୍ୟାପିକା ହରପ୍ରିୟା ମହାପାତ୍ର ସଭାର ସଂଯୋଜନା କରିବା ସହ ଧନ୍ୟବାଦ ଦେଇଥିଲେ।

କାର୍ଯ୍ୟକ୍ରମର ସଂଯୋଜିକା ଅଧ୍ୟାପିକା ସୁପ୍ରଭା ନନ୍ଦ, କର୍ମଚାରୀ ସୁବାସ ଶତପଥୀ ପ୍ରମୁଖ ଏଥିରେ ସହଯୋଗ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes