ଆଜି ଜଗତସିଂହପୁର ଜିଲ୍ଲା ଢିଙ୍କିଆରେ ଜେଏସ୍ଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ଏହି ସମୟରେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ଵାଇଁ ଓ ଜେଏସ୍ଡବ୍ଲ୍ୟୁ ମୁଖ୍ୟ ସଜ୍ଜନ ଜିନ୍ଦଲ୍ ଉପସ୍ଥିତ ରହିବେ। ୬୫ ହଜାର କୋଟି ଟଙ୍କା ନିବେଶରେ ଜେଏସ୍ଡବ୍ଲ୍ୟୁ କାରଖାନା ହେବ।ପୂର୍ବରୁ ଏଠାରେ ଦକ୍ଷିଣ କୋରିଆ ଷ୍ଟିଲ୍ କମ୍ପାନୀ ‘ପୋସ୍କୋ’ ହେବାର ଥିଲା।