ଆଜି କଟକ ବାରବାଟୀରେ ଅଭ୍ୟାସ କରିବେ ଦୁଇ ଟିମ

ଆସନ୍ତାକାଲି ଖେଳାଯିବାକୁ ଥିବା ଭାରତ ଓ ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ପାଇଁ ବାରବାଟୀ ପିଚ୍ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ରହିଥିବା ବେଳେ ଗତକାଲି ଉଭୟ ଦଳର ଖେଳାଳି ମାନେ ଭୁବନେଶ୍ୱରରେ ପହଞ୍ଚିଛନ୍ତି ଏବଂ ଆଜି ଦୁଇ ଦଳ ପର୍ଯ୍ୟାୟକ୍ରମେ ବାରବାଟୀ ଷ୍ଟାଡିୟମରେ ଅଭ୍ୟାସ କରିବେ ।

ପ୍ରଥମେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଓ ପରେ ଘରୋଇ ଭାରତୀୟ ଦଳ ଅଭ୍ୟାସ କରିବ । ଦକ୍ଷିଣ ଆଫ୍ରିକା ଟିମ୍ ଅପରାହ୍ଣ ଗୋଟାଏ ବେଳେ ବାରବାଟୀ ଷ୍ଟାଡିୟମରେ ଅଭ୍ୟାସ ପାଇଁ ପହଞ୍ଚିବ । ଏହା ପରେ ସନ୍ଧ୍ୟା ୫ଟା ବେଳେ ଟିମ୍ ଇଣ୍ଡିଆ ଅଭ୍ୟାସ କରିବ ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version