ମାଲବାହୀ ଯାନରେ ଯାତ୍ରୀ ପରିବହନ ବିରୋଧରେ ରାଜ୍ୟବ୍ୟାପୀ ଆକ୍ସନ ନେଇଛି ପରିବହନ ବିଭାଗ। ପ୍ରଥମ ଦିନରେ ୭୧ଟି ଯାନ ଅଟକ ଓ ୨୪ଟି ଜବତ କରିଛି। ୧୦୯ଟି ମାମଲାରେ ନିୟମ ଉଲ୍ଲଂଘନକାରୀଙ୍କୁ ଚିହ୍ନଟ କରାଯାଇ ଚାଲାଣ ଜାରି ହୋଇଛି। ୭୯ଟି ଯାନର ପଞ୍ଜୀକରଣ ରଦ୍ଦ, ୬୨ଟି ଡ୍ରାଇଭିଂ ଲାଇସେନ୍ସ ସସପେଣ୍ଡ କରାଯାଇଛି। ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ଏହି ଅଭିଯାନ ମେ’ ୮ ଯାଏଁ ଜାରି ରହିବ କହିଛି ବିଭାଗ।