ଖଣି ମନ୍ତ୍ରୀ ବିଭୂତି ଜେନା ଆଉ ନିର୍ବାଚନ ଲଢ଼ିବିନି କହିଛନ୍ତି। ଯୁବ ବର୍ଗଙ୍କ ପାଇଁ ବାଟ ଛାଡ଼ିବେ ବୋଲି ସୂଚନା ଦେଇଛନ୍ତି। ନିର୍ବାଚନ ଲଢ଼ିବାର ଇଛା ନାହିଁ, ଆସନ୍ତା ବର୍ଷ ମୋତେ ୬୦ ବର୍ଷ ହେବ, ୪୫ ବର୍ଷୀୟ ଯୁବକ ରାଷ୍ଟ୍ରୀୟ ଅଧ୍ୟକ୍ଷ, ଯୁବକମାନେ ଆଗକୁ ଆସିବା ଦରକାର, କିନ୍ତୁ ଆଗକୁ ଦଳ ଯେଉଁ ଦାୟିତ୍ୱ ଦେବ ମୁଁ ତାକୁ କରିବି, ନିର୍ବାଚନ ଲଢ଼ିବି ନାହିଁ ବୋଲି ମାନସିକ ପ୍ରସ୍ତୁତି କରି ସାରିଛି କହିଛନ୍ତି ମନ୍ତ୍ରୀ।