ଆଉ ନାହାନ୍ତି ବିଶିଷ୍ଟ ସର୍ପ ବିଶାରଦ ଖୋକା ସିର

ସାରା ରାଜ୍ୟରେ ଚର୍ଚ୍ଚିତ ଆନନ୍ଦପୁରର ବିଶିଷ୍ଟ ସର୍ପ ବିଶାରଦ ଖୋକା ସିର ଓରଫ ସୁବାସ ଚନ୍ଦ୍ର ସିଂହଙ୍କ ଦେହାନ୍ତ ଘଟିଛି l ଶନିବାର ମଧ୍ୟାହ୍ନରେ ତାଙ୍କର ମୃତ୍ୟୁ ହୋଇଥିବାବେଳେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଂଚି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି l

ସାପ ଧରିବାରେ ଏବଂ ସେମାନଙ୍କୁ ରଖି ଲାଳନପାଳନ କରିବା ତାଙ୍କର ସ୍ୱତନ୍ତ୍ର ପରିଚୟ ଥିଲା l ଏହି କ୍ଷେତ୍ରରେ ସେ ରାଷ୍ଟ୍ରପତି ଓ ରାଜ୍ୟପାଳ ପୁରସ୍କାର ମଧ୍ୟ ହାସଲ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version