କେନ୍ଦୁଝର ଜିଲ୍ଲା ବଂଶପଳ ବ୍ଲକ ଅନ୍ତର୍ଗତ ଜୁଆଙ୍ଗ ଅଧ୍ୟୁଷିତ କାଞ୍ଜିପାଣି ଗ୍ରାମରେ ବହୁ ପୁରୁଣା ଅସୁରକ୍ଷିତ ଘରେ ଚାଲିଛି ରାସନ ସାମଗ୍ରୀ ବଣ୍ଟନ।
ଫଳରେ ଗୃହଟି କେତେବେଳେ ଖସି ପଡିବା ଆଶଙ୍କା ରହିଛି । ଏଠାରୁ ପାଖାପାଖି ଆଠଟି ଗ୍ରାମର ୯ ଶହ ହିତାଧିକାରୀ ସାମଗ୍ରୀ ନେଇଥାନ୍ତି । ଦୂରଦୂରାନ୍ତ ରୁ ଆସୁଥିବା ଲୋକ ଙ୍କ ପାଇଁ ବିଶ୍ରାମ ଘର୍ ନାହିଁ। ଏଣୁ ଉକ୍ତ ଅସୁରକ୍ଷିତ ଘର୍ ବାରଣ୍ଡାରେ ଅପେକ୍ଷା କରିଥାନ୍ତି। ଲୋକ ଙ୍କୁ ଡିଜିଟାଲ ଓଜନ ମେସିନ ରେ ଚାଉଳ ଦିଆଯାଉନଥିବା ବୁଧୁ ଜୁଆଙ୍ଗ, ଗଜେନ୍ଦ୍ର ଜୁଆଙ୍ଗ ଅଭିଯୋଗ କରିଛନ୍ତି।