ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ହରିହର ଯୋର (ଠେଙ୍ଗୋ) କଲୋନୀ ଠାରେ ରହୁଥିବା ଜନୈକ ଗୋପାଳ ସରାଫ (୫୫)ଙ୍କ ଅତ୍ୟନ୍ତ ଅସହାୟ ଅବସ୍ଥାରେ ଅକାଳ ବିୟୋଗ ଘଟିଥିଲା । ସେ ବଲାଙ୍ଗୀର ଜିଲ୍ଲା ଭୁବେଲ ଅଞ୍ଚଳର ବୋଲି ଜଣାପଡିଛି । ଜଣେ ସମ୍ପର୍କୀୟ ଭାଇ ଛଡ଼ା ତାଙ୍କର ନିଜର ବୋଲି ଆଉ କେହି ନ ଥିଲେ । ଖବର ପାଇ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ଘଟଣାସ୍ଥଳକୁ ଯାଇ ପୋଲିସ, ସ୍ଥାନୀୟ ସରପଞ୍ଚ ପ୍ରତିନିଧି, ସମିତି ସଭ୍ୟ ଓ ଗ୍ରାମବାସୀଙ୍କ ସହାୟତାରେ ଶବ ସତ୍କାର କରିଥିବା ଜଣାଯାଇଛି । ଶ୍ରୀ ଲୁହାଙ୍କ ଏଭଳି କାର୍ଯ୍ୟକୁ ସ୍ଥାନୀୟ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି ।