ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗକୁ ବଦଳି

ଏଥି ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ବରେ ମଧ୍ୟ ରହିବେ ଅରବିନ୍ଦ।ଚିତ୍ରା ଅରୁମୁଗମଙ୍କୁ ଗୋପବନ୍ଧୁ ଏକାଡେମୀ ଡିଜି ଦାୟିତ୍ବ ମିଳିଛି। ଏଥିସହ ଶ୍ରମ ଓ ବିଜ୍ଞାନ କାରିଗର ଦାୟିତ୍ବରେ ରହିବେ ଚିତ୍ରା। ଉଷା ପାଢ଼ୀ ଇଡ୍‌କୋ ଅଧ୍ୟକ୍ଷା ଦାୟତ୍ବ ଏବଂ ନଗର ଉନ୍ନୟନ ଦାୟିତ୍ବ ରହିବେ। ଶୁଭା ଶର୍ମା ଜଳସମ୍ପଦ ବିଭାଗର ନୂଆ ପ୍ରମୁଖ ସଚିବ ଏବଂ ଏନବିଏସ୍‌ ରାଜପୁତ ହେଲେ ନୂଆ ପରବହନ ପ୍ରମୁଖ ସଚିବ। OSRTC ଦାୟିତ୍ବରେ ମଧ୍ୟ ରହିବେ ଏନବିଏସ୍‌ ରାଜପୁତ। ଗିରିଶ ଏସଏନ୍‌ଙ୍କୁ OMC ଅଧ୍ୟକ୍ଷ ଦାୟତ୍ବ ମିଳିଛି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ରହିବେ ଗିରିଶ।ମୃଣାଳିନୀ ଦର୍ଶୱାଲ ମହିଳା ଶିଶୁ ବିକାଶ ବିଭାଗ ସଚିବ। ବଲୱନ୍ତ ସିଂହଙ୍କୁ ଓଡ଼ିଶା ହାଇୱେ ଅଥରିଟିର ଏମ୍‌ଡି ଦାୟିତ୍ବ। ପର୍ଯ୍ୟଟନ ବିଭାଗ ଦାୟିତ୍ବ ବି ତୁଲାଇବେ ବଲୱନ୍ତ। ସଚିନ ରାମଚନ୍ଦ୍ର ଯାଦବ ହେଲେ ନୂଆ କୃଷି ସଚିବ।କ୍ରୀଡ଼ା ଓ ଯୁବ ବ୍ୟାପାର ଦାୟିତ୍ବରେ ବି ରହିବେ ସଚିନ ରାମଚନ୍ଦ୍ର ଯାଦବ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes