ଅମ୍ବରିଶ ପଣ୍ଡାଙ୍କୁ ‘ସ୍ବର୍ଣ୍ଣ କମଳ’ ପୁରସ୍କାର

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉଫୁଲା ପଞ୍ଚାୟତର ଦନ୍ତାପାଲି ନିବାସୀ ଅମ୍ବରିଶ ପଣ୍ଡାଙ୍କୁ ହସ୍ତରେଖା ଓ ଆୟୁର୍ବେଦରେ ଉଲ୍ଲେଖନୀୟ ପ୍ରତିଭା ପାଇଁ ‘ସ୍ୱର୍ଣ୍ଣ କମଳ’ ପୁରସ୍କାର ପ୍ରଦାନ କରାଯାଇଛି । ମଧ୍ୟପ୍ରଦେଶ ରାଜ୍ୟ ଜବଲପୁରର ଆନ୍ତର୍ଜାତୀୟ ବିକିରଣ ଔଷଧ ବିଜ୍ଞାନ ଓ ବୈଦିକ ଜ୍ୟୋତିଷ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ପୁରୀ ଠାରେ ଅନୁଷ୍ଠିତ ବାର୍ଷିକ ଅଧିବେଶନରେ ଏହା ତାଙ୍କୁ ପ୍ରଦାନ କରାଯାଇଛି । ଶ୍ରୀ ପଣ୍ଡା ଦୀର୍ଘ ୩୦ ବର୍ଷ ଧରି ହସ୍ତରେଖା ଓ ୪୦ ବର୍ଷ ଧରି ଆୟୁର୍ବେଦ ମାଧ୍ୟମରେ ଲୋକଙ୍କ ସେବାକରି ଆସୁଥିବା ବେଳେ ବର୍ତ୍ତମାନ ଚକାବର ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ଜଣାଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes