ଅମାତପାଲି ସୌର ଚାଳିତ ଜଳ ପ୍ରକଳ୍ପ ଅଚଳ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝରିଆପାଲି ପଞ୍ଚାୟତର ଅମାତପାଲି ଗ୍ରାମରେ ୧୫ ଦିନ ହେଲା ସୌର ଚାଳିତ ଜଳ ପ୍ରକଳ୍ପ ଅଚଳ ହୋଇ ପଡିଛି । ଫଳରେ ଗ୍ରାମବାସୀ ଘୋର ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାଯାଇଛି ।

ଗୋଟିଏ ୱାର୍ଡ ବିଶିଷ୍ଟ ଉକ୍ତ ଗ୍ରାମରେ ପ୍ରାୟ ୮୦ଟି ପରିବାର ବସବାସ କରନ୍ତି । ପ୍ରଶାସନ ଶୀଘ୍ର ଏଥିପ୍ରତି ଦୃଷ୍ଟି ଦେଇ ମରାମତି ଦିଗରେ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes