ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲର ୩୪ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବୀରମହାରାଜପୁର ବିଧାୟକ ଇଂ.ରଘୁନାଥ ଜଗଦଲା ମୁଖ୍ୟ ଅତିଥି, ବୀରମହାରାଜପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ହିମାଂଶୁ ଶେଖର ପାଢ଼ୀ ମୁଖ୍ୟ ବକ୍ତା ଏବଂ ଜିଲ୍ଲା ପରିଷଦ ସଭ୍ୟା ଚନ୍ଦ୍ରକାନ୍ତି ଦନ୍ତା, ସ୍ଥାନୀୟ ସରପଞ୍ଚ ନିରୂପମା ସେଠୀ, ସମିତି ସଭ୍ୟା ସୁଗନ୍ଧା ଘିବିଲା, ସ୍କୁଲ ପରିଚାଳନା କମିଟିର ସଭାପତି ଅଶୋକ ସାହୁ, ପୂରାତନ ଛାତ୍ର ସଂସଦ ସଭାପତି ପୀତାମ୍ୱର ସାହୁ, ଆତ୍ମା ଅଧ୍ୟକ୍ଷ ଏକଲବ୍ୟ ବେହେରା, ସିଆରସିସି କମ୍ଭୁ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ମତବ୍ୟକ୍ତ କରିଥିଲେ ।