ଅବସରପ୍ରାପ୍ତ ୬୩୮୭ ଶିକ୍ଷକଙ୍କୁ ଅତିଥି ଶିକ୍ଷକ ଭାବେ ଅନୁଦାନପ୍ରାପ୍ତ, ବ୍ଲକଗ୍ରାଣ୍ଟ ହାଇସ୍କୁଲ ସହ ସଂସ୍କୃତ ଟୋଲ୍ ସ୍କୁଲରେ ନିଯୁକ୍ତି ମିଳିବ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଚିଠି କରାଯାଇଛି।
ନୂଆ TGT ନିଯୁକ୍ତ ହେବା ଯାଏଁ ଏମାନେ ଶିକ୍ଷକତା କରିବେ। ନିଜ ଅଞ୍ଚଳରେ ଫାଙ୍କା ଥିବା ପଦବୀ ବିଷୟରେ ଅବଗତ କରିବେ ଡିଇଓ। ଖାଲି ପଦବୀରେ TGT ନିଯୁକ୍ତ ହେଲେ ଅତିଥି ଶିକ୍ଷକ ଅପସାରିତ ହେବେ।