ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ପରଲୋକ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ପଣ୍ଡାପାଲି ନିବାସୀ ଅବସରପ୍ରାପ୍ତ ହାଇସ୍କୁଲ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ଆଜି ଅପରାହ୍ନରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ପ୍ରାୟ ୮୨ ବର୍ଷ ହୋଇଥିଲା । ସୋନପୁର ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ଘଟିଥିଲା । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ସ୍ତ୍ରୀ ନିରୁପମା, ଜ୍ୟେଷ୍ଠ ପୁତ୍ର ସୁଧାଂଶୁ, କନିଷ୍ଠ ପୁତ୍ର ଶୁଭେନ୍ଦୁ, ଝିଅ ସୁଜାତା, ସସ୍ମିତା, ଜୋଇଁ ନରସିଂହ, ଦେବେଶ, ନାତି ଓମ୍ ପ୍ରକାଶ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଅଶୋକ ପୁରୋହିତ ପ୍ରମୁଖ ଉପସ୍ଥିତ ଥିଲେ । ସୋନପୁର ରାମେଶ୍ବର ଘାଟରେ ତାଙ୍କର ଶବ ସତ୍କାର କରାଯାଇଥିଲା । ସେ ବୀରମହାରାଜପୁର ହାଇସ୍କୁଲରୁ ତାଙ୍କ ଚାକିରି ଜୀବନ ଆରମ୍ଭ କରି ଲୁତୁରପଙ୍କ ହାଇସ୍କୁଲ ଓ ଶେଷରେ ସ୍ଥାନୀୟ ପଞ୍ଚାୟତ ସମିତି ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ ଅବସର ଗ୍ରହଣ କରିଥିଲେ । ସେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ସହ ଜଡ଼ିତ ଥିଲେ । ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ମାତ୍ରକେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes