ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ସ୍ଥାନୀୟ ରାଖାଲଗୋପ ସରକାରୀ ଉଚ୍ଚ ବିଦ୍ୟାଳୟ ସଂସ୍କୃତ ଶିକ୍ଷକ ଯଦୁନାଥ ପାଣିଗ୍ରାହୀ ଓ ଶିକ୍ଷାକର୍ମଚାରୀ ବୀଣାପାଣି ଭଞ୍ଜଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।

ବିଦାୟୀ ଶିକ୍ଷକ ଶ୍ରୀଯୁକ୍ତ ପାଣିଗ୍ରାହୀ ଛାତ୍ରମାନଙ୍କ ଉଦ୍ଦେଶ୍ୟରେ ଭାଷଣ ପ୍ରଦାନ କରି ଛାତ୍ରମାନଙ୍କୁ ଅଧ୍ୟୟନ କରିବା ସହିତ ଶୃଙ୍ଖଳା ରକ୍ଷା କରିବା ପାଇଁ ଉପଦେଶ ଦେଇଥିଲେ।ପ୍ରଧାନ ଶିକ୍ଷକ ଓ ଅନ୍ୟାନ୍ୟ ଶିକ୍ଷକ/ଶିକ୍ଷୟିତ୍ରୀମାନେ ବିଦାୟୀ ଶିକ୍ଷକ ଓ ଶିକ୍ଷାକର୍ମଚାରୀଙ୍କୁ ପୁଷ୍ପଗୁଚ୍ଛ, ଉପଢୈକନ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version