କେନ୍ଦ୍ରାପଡ଼ା ପାଟକୁରା ଥାନା ଯମୁନାବାଦ ଗଡ଼ାରୁ କାର୍ରେ ଅପହରଣ କରିଥିଲେ ୩ ଦୁର୍ବୃତ୍ତ। ୨ ଛାତ୍ରୀ କୋଚିଂ ସାରି ଫେରିବା ବେଳେ ଜଣଙ୍କୁ ଅପହରଣ କରି ନେଇଥିଲେ। ପାଟକୁରା ପୋଲିସର ସୂଚନା ଆଧାରରେ ଚଢ଼ାଉ ବେଳେ କନ୍ଦରପୁରରୁ ଉଦ୍ଧାର କରିଛନ୍ତି। କାର୍ ଡ୍ରାଇଭର ଓ ଜଣେ ଅଭିଯୁକ୍ତକୁ ପୋଲିସ କାବୁ କରିଥିବା ସୂଚନା ମିଳିଛି।