ରାଜ୍ୟରେ ଆଇନ ଶୃଙ୍ଖଳା ମୋଟାମୋଟି ନିୟନ୍ତ୍ରଣାଧୀନ ରହିଛି, ଏହାକୁ ଆହୁରି ପ୍ରଭାବୀ କରିବାକୁ ହେବ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ନିଶା ମାଫିଆଙ୍କୁ ଦମନ ପାଇଁ ନିର୍ଦ୍ଦେଶ ଦେଇଛି, ଗାଁ ଠାରୁ ରାଜଧାନୀ ଯାଏ ଗୁଣ୍ଡାରାଜକୁ ଦମନ କରାଯିବ।
ସେମାନଙ୍କୁ ଚିହ୍ନଟ ପ୍ରକ୍ରିୟା ଚାଳିଛି, ଦଣ୍ଡବିଧାନ କରାଯିବ। ସଂଗଠିତ ଅପରାଧକୁ ନିୟନ୍ତ୍ରଣ ପାଇଁ ଆଇନ୍ ଆଣିବାକୁ ପଛାଇବୁନି। ଦାଦାବଟି, ଚାନ୍ଦା ଆଦାୟକୁ ସଙ୍ଗଠିତ ଅପରାଧରେ ବିଚାର କରି କାର୍ଯ୍ୟାନୁଷ୍ଠାନ ନେବୁ କହିଛନ୍ତି ମୁଖ୍ୟମନ୍ତ୍ରୀ।