କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନରେ ବିଧାନସଭାରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି ଉତ୍ତର ରଖିଛନ୍ତି। ବୌଦ୍ଧ, ଢେଙ୍କାନାଳ, ଜଗତସିଂପୁର ଓ ମୟୂରଭଞ୍ଜରୁ ଅପମିଶ୍ରିତ ହର୍ଲିକ୍ସ ଜବତ ହୋଇଛି।
ହର୍ଲିକ୍ସ ସହ ଛେନା, ଦହି, କ୍ଷୀରରେ ଅପମିଶ୍ରଣ ହେଉଛି। ଏହି ଲିଷ୍ଟରେ ବ୍ରେଡ୍, ମସଲା, ଛତୁଆ, ସସ୍, ସୋୟାବିନ, ଘିଅ, ଲହୁଣୀ, ଚିନି, ପାମ୍ପଡ଼, ଚକଲେଟ୍, ମଇଦା ଆଦି ରହିଛି।