ନକ୍ସଲମୁକ୍ତ ଦେଶ ପାଇଁ ଓଡ଼ିଶା ସରକାର ନୂଆ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିଛନ୍ତି। ୨ ମାସରେ ଦ୍ୱିତୀୟ ଥର ପାଇଁ ପ୍ୟାକେଜ୍ ସଂଶୋଧିତ ହୋଇଛି।ଏଣିକି ଆତ୍ମସମର୍ପଣର ୬୦ ଦିନ ସୁଦ୍ଧା ମିଳିବ ଥଇଥାନ ସୁବିଧା। ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହେଲା।
ଥଇଥାନ ପ୍ୟାକେଜ ବା ପୁନର୍ବାସ ନୀତିରେ ନୂଆ ନିୟମ ଆସିଛି।ଓଡ଼ିଶାରେ ସକ୍ରିୟ ନକ୍ସଲଙ୍କୁ ମିଳିବ ଯୋଜନାର ସୁବିଧା। ମୁଣ୍ଡଜାମିନ ପୁରସ୍କାର ରାଶିକୁ ଅତ୍ୟଧିକ ବୃଦ୍ଧି କରିଛନ୍ତି ସରକାର। କେନ୍ଦ୍ରୀୟ କମିଟି ବା ପଲିଟବ୍ୟୁରୋ ସଭ୍ୟଙ୍କୁ ସର୍ବାଧିକ ୧.୧୦ କୋଟି ମିଳିବ। ରାଜ୍ୟ କମିଟି ୫୫ ଲକ୍ଷ, ଆଂଚଳିକ କମିଟି ସଭ୍ୟ ୩୩ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି।