ଅନ୍ତଃନଦୀ ଜଳାଶୟ ଯୋଜନାରେ ଗୋଧନେଶ୍ଵର ପ୍ରକଳ୍ପ ଶିଳାନ୍ୟାସ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଜଟେସିଂହା ପଞ୍ଚାୟତର ଗୋଧନେଶ୍ଵର ଠାରେ ମହାନଦୀ ଉପରେ ଏକ ବ୍ୟାରେଜ୍ (ଇନ-ଷ୍ଟିମ୍ ଷ୍ଟୋରେଜ ଷ୍ଟ୍ରକଚର) ସକାଶେ ରାଜ୍ୟ ସରକାରଙ୍କ ଅନ୍ତଃନଦୀ ଜଳାଶୟ ଯୋଜନାରେ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ସ୍ଥାନୀୟ ଜଟେସିଂହା ହାଇସ୍କୁଲ ଠାରେ ଆଭାସି ମାଧ୍ୟମରେ ଅନୁଷ୍ଠିତ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶିଳାନ୍ୟାସ କରିଥିଲେ। ଏହି ପ୍ରକଳ୍ପ ପାଇଁ ୧୦୨୪ କୋଟି ୮୧ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes