ଅନାବୃଷ୍ଟିର ପ୍ରତିକାର ପାଇଁ ହୋମଯଜ୍ଞ

ସୁବର୍ଣ୍ଣପୁର ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଚମ୍ପେଶ୍ୱର ମନ୍ଦିରରେ ଅନାବୃଷ୍ଟିର ପ୍ରତିକାର ପାଇଁ ହୋମଯଜ୍ଞ ଏବଂ ମହାଜଳଶାୟୀ ଅନୁଷ୍ଠିତ ହୋଇଯାଇଛି । ବୀରମହାରାଜପୁର ଅଞ୍ଚଳରେ ବର୍ଷା କମିବା ସହ ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିବାରୁ ରୁଷ୍ୟଶୃଙ୍ଗ, ବରୁଣ ଏବଂ ଲକ୍ଷ୍ମୀଙ୍କୁ ପୂଜା କରିବା ସହ ବାବା ଚମ୍ପେଶ୍ୱରଙ୍କୁ ମହା ଜଳାଭିଷେକ କରାଯାଇଥିଲା । ପ୍ରଥମେ ନିକଟସ୍ଥ ଚମ୍ପେଶ୍ୱର କଟାରୁ କଳସ ଶୋଭାଯାତ୍ରା କରାଯାଇଥିଲା । ପରେ ଘୃତାହୁତୀ ଓ ଯଜ୍ଞ ସହ ଆଳତୀ ମଧ୍ୟ କରାଯାଇଥିଲା । ଏଥିରେ ରାମକୁମାର ହୋତା, କିଶୋର ହୋତା, ରାମକୃଷ୍ଣ ହୋତା ଓ ପ୍ରକାଶ ହୋତା କର୍ତ୍ତା ଭାବରେ ଯଜ୍ଞ ମଣ୍ଡପରେ ବସିଥିବାବେଳେ ପୂଜକ ଭାବେ ରବିଚନ୍ଦ୍ର ପୁରୋହିତ, ପ୍ରଦ୍ୟୁମ୍ନ ପୁରୋହିତ, ସୁଶାନ୍ତ ପଣ୍ଡା ଯୋଗ ଦେଇଥିଲେ । ମନ୍ଦିରର ପୂର୍ବତନ ବୋର୍ଡ଼ ସଦସ୍ୟ ରାମେଶ୍ୱର ହୋତା, ଅଜିତ ସାହୁ ପ୍ରମୁଖ ଏଥିରେ ସହଯୋଗ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes