ଅନାବଶ୍ୟକ ଭାବେ ଆମେ କେନ୍ଦ୍ର ସହ କଳି କରିବାକୁ ଚାହୁଁ ନାହୁଁ: ବିଜେଡି

ଅନାସ୍ଥା ବିତର୍କରେ ମତ ରଖି ବିଜେଡି ସାଂସଦ ପିନାକୀ ମିଶ୍ର କହିଛନ୍ତି, କଂଗ୍ରେସର ଦୁର୍ନୀତିକୁ ବିରୋଧ କରି ବିଜେଡି ସୃଷ୍ଟି ହୋଇଛି, କଂଗ୍ରେସ ପାର୍ଟି ଆଣିଥିବା ମୋସନକୁ ଆମେ ସମର୍ଥନ କରିପାରିବୁ ନାହିଁ, ଅନାସ୍ଥାକୁ ବିରୋଧ କରିବାର ମଧ୍ୟ ଅନ୍ୟାନ୍ୟ କାରଣ ରହିଛି, ଅନାବଶ୍ୟକ ଭାବେ ଆମେ କେନ୍ଦ୍ର ସହ କଳି କରିବାକୁ ଚାହୁଁ ନାହୁଁ।

କେନ୍ଦ୍ର ସରକାର ଆମର ସବୁ ଦାବି ପୂରଣ କରି ନାହାନ୍ତି, ଏହା ପଛରେ ଅର୍ଥନୈତିକ ବାଧ୍ୟ ବାଧକତା ଥାଇ ପାରେ, ବିଭିନ୍ନ କ୍ଷେତ୍ରରେ କେନ୍ଦ୍ର ସରକାର ଆମକୁ ସହଯୋଗ କରିଛନ୍ତି, ନିକଟରେ ଗୃହମନ୍ତ୍ରୀ ଆମ ମୁଖ୍ୟମନ୍ତ୍ରୀଙ୍କୁ ସବୁଠୁ ଲୋକପ୍ରିୟ କହିଛନ୍ତି, ସଂଘୀୟ ବ୍ୟବସ୍ଥାରେ ଆମ ଭୂମିକାକୁ ମଧ୍ୟ ପ୍ରଶଂସା କରିଛନ୍ତି ବୋଲି କହିଛନ୍ତି ବିଜେଡି ସାଂସଦ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes