ଅନନ୍ତ ଡିଏଭିରେ ବିଶ୍ୱ ପରିବେଶ ଦିବସ ପାଳିତ

ତାଳଚେର ସ୍ଥିତ ଏମସିଏଲ ଜଗନ୍ନାଥ କ୍ଷେତ୍ର ଅଧିନ ଡିଏଭି ପବ୍ଲିକ ସ୍କୁଲ ଅନନ୍ତ ବିହାର ପ୍ରାଙ୍ଗଣରେ ବିଶ୍ୱ ପରିବେଶ ଦିବସ ଆଜି ପାଳିତ ହୋଇଛି।

ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷା ଜ୍ୟୋତି ମିଶ୍ର ଯୋଗଦାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ଶିକ୍ଷୟତ୍ରୀ କ୍ରୀଷ୍ଣା ପାଣିଙ୍କ ପ୍ରଯୋଜିତ ପରିବେଶ ସୁରକ୍ଷା ଆଧାରିତ କ୍ଷୁଦ୍ର ଗୀତିକା ଛାତ୍ରଛାତ୍ରୀଙ୍କ ଦ୍ୱାରା ଗାନ କରାଯାଇଥିଲା। ବରିଷ୍ଠ ଶିକ୍ଷକ ଦେବାଶିଷ ଦାସ ପରିବେଶ ଦିବସର ମହତ୍ୱ ସମ୍ପର୍କରେ ଆଲୋକପାତ କରିଥିବା ବେଳେ କୁନିକୁନି ଛାତ୍ରଛାତ୍ରୀ ଅଭିନୟ ଜରି ଆରେ ପରିବେଶ ସଚେତନତା ସୃଷ୍ଟି କରିଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Rathayatra 05.07