ଅଧ୍ୟାପକ ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆଣି କଲେଜରେ ନିଜକୁ ଜାଳିଦେଲେ ଛାତ୍ରୀ

ଏଫ୍‌ଏମ୍‌ ମହାବିଦ୍ୟାଳୟର ଗେଟ୍‌ ସମ୍ମୁଖରେ ଏହି ଘଟଣା ଘଟିଛି। ଛାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ଜଣେ ଛାତ୍ରୀ ବି ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ଉଭୟ ଛାତ୍ରୀଙ୍କୁ ବାଲେଶ୍ବର ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ଏହି ଘଟଣାରେ ଅଧ୍ୟାପକଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଆତ୍ମାହୁତୀ ଉଦ୍ୟମ କରିଥିବା ଛାତ୍ରୀଙ୍କ ଭାଇ। ସେ କହିଛନ୍ତି, ଅଧ୍ୟାପକ ଫେବର ମାଗୁଥିଲେ, ନହେଲେ ଫେଲ୍‌ କରିଦେବେ କହୁଥିଲେ। ପାସ୍‌ ଆଉଟ୍‌ କରିଦିଆ ଯିବନି କହି ନିର୍ଯାତନା ଦେଉଥିଲେ କହିଲେ ସହପାଠୀ।ଏକ ଛାତ୍ର ସଂଗଠନ ସହ ଥିବାରୁ ବି ହଇରାଣ କରାଯାଉଥିଲା କହିଛନ୍ତି ଛାତ୍ରୀଙ୍କ ଭାଇ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes