ସଦର ବ୍ଲକ ଅନ୍ତର୍ଗତ ଗୋବର୍ଦ୍ଧନ ପଞ୍ଚାୟତ ସେଣ୍ଡକାପ ଗ୍ରାମରେ ବହୁ ପୁରାତନ ଅନୁଷ୍ଠାନରେ ସ୍ଥାୟୀ ଭାବେ ସବୁଦିନ ପୂଜା ପାଇ ଆସୁଥିବା ମା ଦୃଗାଙ୍କ ପୂଜା ପାଇଁ ସାର୍ବଜନୀନ ଦୃଗା ପୂଜା କମିଟିର ସମସ୍ତ ସଦସ୍ୟ ମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ କିପରି ମାଙ୍କ ପୂଜା ଖୁବ ଧୁମଧାମ ଓ ସରସ ସୁନ୍ଦର ଭାବରେ ହୋଇ ପାରିବ ଆଲୋଚନା ହୋଇଥିଲା । ଏହି ବୈଠକରେ ଅକ୍ଟୋବର ୩ ତାରିଖ ଠାରୁ ୭ ତାରିଖ ପର୍ଯ୍ୟନ୍ତ ବଛା ବଛା କଳାକାରଙ୍କୁ ନେଇ ଯାତ୍ରା ଦରବାର ଯାତ୍ରା ପାର୍ଟି ପରିବେଷଣ କରିବ ବୋଲି ଆଲୋଚନା ହୋଇଥିଲା।
