ଅତିରିକ୍ତ ତହସିଲଦାରଙ୍କ ଗାଡ଼ିକୁ ଧକ୍କା ଦେଲା ବାଲି ବୋଝେଇ ଟ୍ରକ୍

ବାଲେଶ୍ୱର ଜିଲ୍ଲା ସୋରରେ ବାଲି ଗାଡ଼ିକୁ ଗୋଡ଼ାଇବା ବେଳେ ଧକ୍କା ଦେଲା ଟ୍ରକ୍।ଏନ୍‌ଏଚ ୧୬ରେ ଗାଡ଼ି ଯାଞ୍ଚ ବେଳେ ଖସିବାକୁ ଉଦ୍ୟମ କରୁଥିବା ଟ୍ରକ୍‌କୁ ପିଛା କରି ଓଭରଟେକ୍‌ କରିଥିଲା ଅତିରିକ୍ତ ତହସିଲଦାରଙ୍କ ଗାଡ଼ି। ଦ୍ରୁତ ଗତିରେ ଆସୁଥିବା ଟ୍ରକ୍‌ ଅତିରିକ୍ତ ତହସିଲଦାରଙ୍କ ଗାଡ଼ିକୁ ଧକ୍କା ଦେଇଥିଲା। ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ଅଟକ ରଖିଛି ଖନ୍ତପଡ଼ା ପୋଲିସ।

ଏଥିରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଅତିରିକ୍ତ ତହସିଲଦାର କୃଷ୍ଣମୋହନ ସିଂହ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes