ଅଜଣା ଗାଡ଼ି ଧକ୍କାରେ ନାବାଳକ ଗୁରୁତର

କେନ୍ଦୁଝର ସଦର ଥାନା ଅନ୍ତର୍ଗତ ଗୋପୀନାଥପୁର ଚକ୍ର ବେଣ୍ଟକାରଙ୍କ ପୁଅ ସୁବାଷ ବେଣ୍ଟକାର ଆଜି ସନ୍ଧ୍ୟାରେ ନିକଟସ୍ଥ ଦୋକାନକୁ ରାସ୍ତା ଅତିକ୍ରମ କରି ଯାଉଥିବା ସମୟରେ ଏକ ଅଜଣା ଗାଡି ଧକ୍କା ଦେଇ ଘଟଣା ସ୍ଥଳରୁ ଫେରାର ହୋଇଯଇଛି।ଫଳରେ ସୁବାଷଙ୍କ ମୁଣ୍ଡ ଫାଟି ଗୁରୁତର ଆହତ ହେବା ସହିତ ତାଙ୍କର କାନରୁ ରକ୍ତ ସ୍ରାବ ହୋଇଥିଲା।

ସ୍ଥାନୀୟ ଲୋକେ ସଦର ଥାନାକୁ ଖବର ଦେବାରୁ ଘଟଣାସ୍ଥଳରେ ଏନ୍ ଏଚ୍ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଉଦ୍ଧାର କରି ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes