ଅଚଳ ନଳକୂପ ମରାମତି କରାଇଲେ ବିଡ଼ିଓ

ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ଅଦାପାଳ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ପାନୀୟ ଜଳ ସମସ୍ୟା ରହିଥିଲା! ତେବେ ଗତ କାଲି ଉଦଳା ବିଡ଼ିଓ ଦେବଜାନୀ ଭୂୟାଁ ବିଦ୍ୟାଳୟ ଯାଇ ପାଣି ସମସ୍ୟା ଅନୁଧ୍ୟାନ କରିବା ପରେ ତୁରନ୍ତ ଗ୍ରାମ୍ୟ ଜଳ ପରିମଳ ବିଭାଗ ଯନ୍ତ୍ରୀ ଙ୍କୁ ନଳକୂପ ମରାମତି ପାଇଁ ନିର୍ଦ୍ଦେଶ ଦେଇଥିଲେ!

ଯୁଦ୍ଧ କାଳୀନ ଭିତରେ ବିଡ଼ିଓ ଦେବଜାନୀ ଭୂୟାଁ ଙ୍କ ଉପସ୍ଥିତି ରେ ଉକ୍ତ ଅଚଳ ନଳକୂପ ମରାମତି ହୋଇଛି! ତେବେ ଉକ୍ତ ନଳକୂପ ରେ ପର୍ଯ୍ୟାପ୍ତ ପରିମାଣ ରେ ପିଇବା ପାଇଁ ପାଣି ବାହାରୁଥିବା କହିଛନ୍ତି ବିଡ଼ିଓ! ବିଡ଼ିଓ ଙ୍କ ଏ ପରି ଉଦ୍ୟମ କୁ ସାଧାରଣ ରେ ପ୍ରଶଂସା କରାଯାଇଛି!

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes