ଅଙ୍ଗନୱାଡି କର୍ମୀଙ୍କ ଆନ୍ଦୋଳନ ଜାରି

ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ ୱାର୍କସ ଆସୋସିଏସନ୍, କେନ୍ଦୁଝର ଶାଖା ପକ୍ଷରୁ ବିଭିନ୍ନ ଦାବିରେ ଆଜି ଏକ ରାଲିରେ କେନ୍ଦୁଝର ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

୨୦୧୮ ଆନ୍ଦୋଳନରେ ସାମିଲ ହୋଇ ବହିଷ୍କୃତ ଛଅ ଜଣଙ୍କୁ ପୁନଃ ନିଯୁକ୍ତି ଦେବା, ସରକାରୀ ମାନ୍ୟତା, ମିନି ଅଙ୍ଗନୱାର୍ଡିକୁ ବନ୍ଦ କରି କର୍ମୀଙ୍କୁ ମୁଖ୍ୟ କର୍ମୀ ଭାବେ ନିଯୁକ୍ତି ଦେବା, ଅବସର କାଳୀନ ପାଞ୍ଚ ଲକ୍ଷ ଟଙ୍କା ରାଶି ପ୍ରଦାନ ଓ ୫ହଜାର ମାସିକ ପେନସନ ପ୍ରଦାନ, ୫ଲକ୍ଷ ଟଙ୍କା ମୃତ୍ୟୁ କାଳୀନ ସହାୟତା ପ୍ରଦାନ ଓ ପରିବାରର ଜଣଙ୍କୁ ଚାକିରି ଆଦି ଦାବି କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version